ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ରୋହିଂଗ୍ୟା ଶରଣାର୍ଥୀ ଶିବିର ଉପରେ ଶୁକ୍ରବାର ଗୁଳି ବର୍ଷା କରାଯାଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାନେ ବାଂଲାଦେଶ ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେବେ ବାଂଲାଦେଶରେ ଦୁନିଆର ସବୁଠାରୁ ବଡ଼ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ରହିଛି । ଏଠାରେ ପାଖାପାଖି ୧୦ ଲକ୍ଷ ରୋହିଙ୍ଗ୍ୟା ବସବାସ କରିଥାନ୍ତି । ଏମାନେ ୨୦୧୭ ମସିହାରେ ମିଆଁମାର୍ ରୁ ପଳାୟନ କରି ଆସିଥିଲେ । ୨୦୧୭ ମସିହାରେ ମିଆଁମାର୍ ରେ ରୋହିଙ୍ଗ୍ୟାଙ୍କ ଉପରେ ଖୁବ୍ ହମଲାର ଶିକାର ହୋଇଥିଲେ । ଯାହାପରେ ରୋହିଙ୍ଗ୍ୟା ମୁସଲମାନ ମାନେ ସେଠାରୁ ପଳାୟନ କରିଥିଲେ ଓ ବାଂଲାଦେଶରେ ଆସି ଶରଣାର୍ଥୀ ଭାବରେ ଜୀବନଯାପନ କରୁଛନ୍ତି ।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..