ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ରୋହିଂଗ୍ୟା ଶରଣାର୍ଥୀ ଶିବିର ଉପରେ ଶୁକ୍ରବାର ଗୁଳି ବର୍ଷା କରାଯାଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାନେ ବାଂଲାଦେଶ ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେବେ ବାଂଲାଦେଶରେ ଦୁନିଆର ସବୁଠାରୁ ବଡ଼ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ରହିଛି । ଏଠାରେ ପାଖାପାଖି ୧୦ ଲକ୍ଷ ରୋହିଙ୍ଗ୍ୟା ବସବାସ କରିଥାନ୍ତି । ଏମାନେ ୨୦୧୭ ମସିହାରେ ମିଆଁମାର୍ ରୁ ପଳାୟନ କରି ଆସିଥିଲେ । ୨୦୧୭ ମସିହାରେ ମିଆଁମାର୍ ରେ ରୋହିଙ୍ଗ୍ୟାଙ୍କ ଉପରେ ଖୁବ୍ ହମଲାର ଶିକାର ହୋଇଥିଲେ । ଯାହାପରେ ରୋହିଙ୍ଗ୍ୟା ମୁସଲମାନ ମାନେ ସେଠାରୁ ପଳାୟନ କରିଥିଲେ ଓ ବାଂଲାଦେଶରେ ଆସି ଶରଣାର୍ଥୀ ଭାବରେ ଜୀବନଯାପନ କରୁଛନ୍ତି ।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……