ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫ ସଂସଦୀୟ କମିଟି ପାଇଁ ଓଡ଼ିଶାର ୬ ଲୋକସଭା ସାଂସଦଙ୍କୁ ମନୋନୀତ କରାଯାଇଛି। ଏ ନେଇ ଲୋକସଭା ସଚିବାଳୟ ଦ୍ବାରା ଜାରି ବୁଲେଟିନ୍ରେ ସୂଚନା ଦିଆଯାଇଛି। ‘କମିଟି ଅନ୍ ଏଥିକ୍ସ’ରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ‘କମିଟି ଅନ୍ ଗମେଣ୍ଟ୍ ଆସୁରାନସ୍’ରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ‘କମିଟି ଅନ୍ ପେପର୍ ଲେଡ୍ ଅନ୍ ଦ ଟେବୁଲ୍’ରେ କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ‘କମିଟି ଅନ୍ ସବ୍ଅର୍ଡିନେଟ୍ ଲେଜିସଲେସନ୍’ରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପିର ସୁରେଶ ପୂଜାରୀ ଓ ‘ହାଉସ୍ କମିଟି’ରେ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..