ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କେବେ କରୋନା ସଂକ୍ରମଣ ବଢୁଛି ତ କେବେ କମିଛି | ଆଜି ଦିନକରେ ୪୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୫୩ ଓ ସ୍ଥାନୀୟ ସଂକ୍ରମିତ ୧୮୮ ଅଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୫ ଜଣ ରହିଥିବା ଜଣାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୧୦୩୭୯୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରେ ୩, ବାଲେଶ୍ୱର ୬, ବରଗଡ ୫, ଭଦ୍ରକ ୧୩, ବଲାଙ୍ଗିର ୨, ବଉଦ ୪, କଟକରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୩, ଢେଙ୍କାନାଳ ୧, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୧୩, କନ୍ଧମାଳ ୧, କେନ୍ଦ୍ରାପଡା ୫, କେନ୍ଦୁଝରରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୫, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୦, ନବରଙ୍ଗପୁର ୧, ନୟାଗଡରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ନୂଆପଡାରୁ ୩, ପୁରୀ ୭, ରାୟଗଡା ୧୦, ସମ୍ବଲପୁର ୧୮, ସୁନ୍ଦରଗଡ ୧୪ ଓ ଷ୍ଟେଟପୁଲରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ରାଜ୍ୟରେ ୬୦୩ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୪୫୮୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଆଜିର ୪ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
More Stories
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..
ଭତ୍ତା ବଢାଇଲେ ମୋହନ ସରକାର…..