Report Card Odisha

| Daily Odia News

୩୯ ମହିଳା ସେନାଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇରେ ବିଜୟ ପରେ ୩୯ ମହିଳା ସେନାଧିକାରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି । ଲଢ଼େଇରେ ମହିଳା ଅଧିକାରୀଙ୍କୁ ସେମାନଙ୍କ ପଦ ଓ ଚାକିରି ସ୍ଥିତି ନେଇ ୭ ଦିନ ଭିତରେ ଜଣାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଫଳରେ ମହିଳା ଅଧିକାରୀମାନେ ଅବସର ପର୍ଯ୍ୟନ୍ତ ସେନାରେ କାର୍ଯ୍ୟ ସଂପାଦନ କରିବେ। ପୂର୍ବରୁ ଏମାନେ ସର୍ଟ ସର୍ଭିସ କମିଶନ ବା ୧୦ ବର୍ଷ ପାଇଁ ସେନାରେ ସେବା ଯୋଗାଇବା ପାଇଁ ଥିଲେ । ପୂର୍ବ ନିୟମ ମୁତାବକ ଯଦି ଜଣେ ଅଧିକାରୀ ସର୍ଟ ସର୍ଭିସ କମିଶନରେ ଥିବେ ଓ ପରମାନେଣ୍ଟ କମିଶନ ନ ପାଇବେ, ତା ହେଲେ ତାଙ୍କୁ ଅତିବେଶୀରେ ଆଉ ୪ ବର୍ଷ ଯାଏ ଏକ୍ସଟେନସନ ବା ଅଧିକ ୪ ବର୍ଷ ସେବା କରିପାରିବାର ବ୍ୟବସ୍ଥା ଥିଲା । ସର୍ଟ ସର୍ଭିସ କମିଶନରେ ଥିବା ୭୧ ଜଣ ମହିଳା ଅଧିକାରୀଙ୍କୁ ପରମାନେଣ୍ଟ କମିଶନ ମନା ହେବାରୁ ସଂପୃକ୍ତ ଅଧିକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ସରକାରଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ରଖାଯାଇଥିଲା ଯେ, ୭୧ ଜଣଙ୍କ ମଧ୍ୟରୁ ୩୯ ଜଣ ପରମାନେଣ୍ଟ କମିଶନ ପାଇବାକୁ ଯୋଗ୍ୟ । ବାକି ୨୫ ଜଣଙ୍କ ନାଁରେ ଶୃଙ୍ଖଳାଗତ ସମସ୍ୟା ରହିଛି ଓ ୨ ଜଣ ସ୍ୱାସ୍ଥ୍ୟଗତ କାରଣରୁ ଅଯୋଗ୍ୟ । ଏହାପରେ ସେହି ୨୫ ଜଣଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୋର୍ଟ କହିଥିଲେ । ଗତ ୧ ତାରିଖରେ କୌଣସି ଅଫିସରଙ୍କୁ ରିଲିଭ ନ କରିବାକୁ କୋର୍ଟ କହିଥିଲେ ।

Breaking News