Report Card Odisha

| Daily Odia News

ଟିଭିରେ ଦେଖିବାକୁ ମିଳିବନି ଆଲିଙ୍ଗନ ଦୃଶ୍ୟ, ବ୍ୟାନ କଲେ ସରକାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରେମର ଦୁର୍ବଳ ମୁହୂର୍ତ୍ତ ହେଉ କି ବେଡ଼ରୁମର ମୁହୂର୍ତ୍ତ ଦର୍ଶକ ଆଉ ଟିଭିରେ ଦେଖିବାକୁ ପାଇବେ ନାହିଁ ଆଲିଙ୍ଗନ ଦୃଶ୍ୟ | ଏଭଳି ନିୟମ ପାକିସ୍ତାନରେ ଲାଗୁ ହୋଇଛି | ମିଳିଥିବା ସୂଚନା ଅନୁସାରେ- ପାକିସ୍ତାନର ଟିଭି ଚ୍ୟାନେଲମାନଙ୍କରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମରେ ଅଶ୍ଳୀଳତା ବଢୁଥିବାବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି | ଏବାବଦରେ ଦର୍ଶକମାନେ ବାରମ୍ବାର ଅଭିଯୋଗ କରିବା ପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି(ପେମରା) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି | ତେବେ ନିର୍ଦ୍ଦେଶାବଳୀକୁ କିଛି ଲୋକ ବିରୋଧ କରିଥିବାବେଳେ କିଛି ଲୋକ ସମର୍ଥନ କରିଛନ୍ତି | ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଟିଭି ଚ୍ୟାନେଲମାନେ ପ୍ରସାରିତ କରୁଥିବା ଧାରାବାହିକରେ ଆଲିଙ୍ଗନ ଦୃଶ୍ୟ ଦେଖାଇବେ ନାହିଁ | ଅଥରିଟି ପକ୍ଷରୁ କୁହାଯାଇଛି ଯେ ଧାରାବାହିକରେ ଦିନକୁ ଦିନ ଅଶ୍ଳୀଳତା ବଢୁଥିବା ଯୋଗୁଁ ଦେଶସାରା ଅଭିଯୋଗ ଆସିବାରେ ଲାଗିଛି | ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି | ଅଥରିଟି ପକ୍ଷରୁ କୁହାଯାଇଛି ଯେ ଟିଭିରେ ଦେଖାଯାଉଥିବା ଧାରାବାହିକମାନଙ୍କରେ ପାକିସ୍ତାନ ସମାଜର ପ୍ରକୃତ ଚିତ୍ର ଦେଖିବାକୁ ମିଳୁନାହିଁ | ନୂଆ ଆଦେଶ ମୁତାବକ ଆଲିଙ୍ଗନ, ସମ୍ପର୍କ ରଖିବାର ଦୃଶ୍ୟ, ଉତ୍ତେଜକ ପୋଷାକ, ବେଡ଼ରୁମ ଦୃଶ୍ୟ ସହ ଦମ୍ପତ୍ତିଙ୍କ ଗୁପ୍ତ ପ୍ରଣୟ ପାକିସ୍ତାନ ସମାଜ ତଥା ଇସଲାମ ଶିକ୍ଷା ଓ ସଂସ୍କୃତିର ଆଦର୍ଶକୁ ପରୋକ୍ଷରେ ବିରୋଧ କରୁଥିବାରୁ ଏଗୁଡିକ ପ୍ରସାରିତ ହେବ ନାହିଁ | କୌଣସି ଧାରାବାହିକ ପ୍ରସାରିତ କରିବା ପୂର୍ବରୁ ଟିଭି ଚ୍ୟାନେଲର ମନିଟରିଂ କମିଟି ମାଧ୍ୟମରେ ପ୍ରସାରଣ ଯୋଗ୍ୟ ବୋଲି ଅନୁମୋଦନ କରିବାକୁ ପଡିବ | ଏହା ସହ ମନିଟରିଂ କମିଟି ଯଦି କୌଣସି ପରିବର୍ତ୍ତନ କରିବାକୁ କହିବେ, ତାହାକୁ ଏଡିଟିଂ କରାଯାଇ ହିଁ ପ୍ରସାରଣ କରାଯିବ |

 

Breaking News