Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ…….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୪୯ ସ୍ଥାନୀୟ ସଂକ୍ରମିତ ୧୭୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୧ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୮୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରେ ୨, ବାଲେଶ୍ୱର ୧୫, ଭଦ୍ରକ ୧୧, କଟକ ୪୦, ଦେବଗଡ ୬, ଢେଙ୍କାନାଳ ୩, ଗଜପତି ୪ ଓ ଜଗତସିଂହପୁର ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୧୧, ଝାରସୁଗୁଡା ୨, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୨୧୧, କୋରାପୁଟ ୧, ମୟୁରଭଞ୍ଜରେ ୨୦ ଜଣ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ୧, ନୟାଗଡା ୬, ନୂଆପଡା ୩, ପୁରୀ ୮, ରାୟଗଡା ୪, ସମ୍ବଲପୁର ୧୪, ସୋନପୁର ୧, ସୁନ୍ଦରଗଡ ୩ ଓ ଷ୍ଟେଟପୁଲରୁ ୪୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୪୧୦ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ରାଜ୍ୟରେ ୪୫୫୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଏହି ସମୟ ମଧ୍ୟରେ ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News