ରିପୋର୍ଟ କାର୍ଡ /ବଲାଙ୍ଗିର
ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜି କଲେଜର ଲେଡିଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ବରଗଡ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଝିଅ ଆଶା ମେହେର। ମଙ୍ଗଳବାର ସନ୍ଧ୍ୟାରେ ଆଶାଙ୍କ ମୃତଦେହ ହଷ୍ଟେଲ୍ ରୁମ୍ରୁ ଉଦ୍ଧାର ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି ଝିଅର ଗୁରୁତର ଅସୁସ୍ଥ ଖବର ପାଇ ଆଶାଙ୍କ ପରିବାର ଲୋକ ହଷ୍ଟେଲ ଆସିଥିଲେ। ହେଲେ ଝିଅକୁ ଝୁଲନ୍ତା ଅବସ୍ଥାରେ ବାପାମା’ ଦେଖିଥିଲେ। ୟୁବୋଦୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଆଶାଙ୍କ ହାତରେ କଟା ଦାଗ ଥିବାବେଳେ, ବ୍ୟାଣ୍ଡେଜ୍ ଲଗା ଯାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା, ଆଶା ଝୁଲି ପଡ଼ିଥିବା ସିଲିଂ ଫ୍ୟାନ୍ର ପତି ମଧ୍ୟ ବଙ୍କା ହୋଇନଥିଲା। ଏସବୁକୁ ଦେଖି ଆଶାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଅଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..