Report Card Odisha

| Daily Odia News

ରାଜସ୍ଥାନରରେ ଇଣ୍ଟରନେଟ୍ ସେବା ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ରାଜସ୍ଥାନର ଭରତପୁର, ବିକାନେର, ହନୁମାନଗଡ, ସୱାଇ ମାଧପୁର, ଅଜମେର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ବୁଧବାର ହେବାକୁ ଥିବା ରାଜସ୍ଥାନ ଜନସେବା ଆୟୋଗର ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକରେ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଭରତପୁରରେ ସକାଳ ୮ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହା ବ୍ୟତୀତ ବିକାନେର, ଚୁରୁ, ହନୁମାନଗଡ, ଗଙ୍ଗନଗରରେ ସକାଳ ୬ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ। ସୱାଇ ମାଧପୁରରେ ସକାଳ ୮ ଟାରୁ ୧ ଟା ପର୍ଯ୍ୟନ୍ତ, ଅଜମେର ଡିଭିଜନର ତିନୋଟି ଜିଲ୍ଲାରେ ସକାଳ ୬ ଟାରୁ ରାତି ୧:୩୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ରହିବ। ପରୀକ୍ଷା ଶେଷ ହେବା ପରେ ୟୁଜର୍ସ ଇଣ୍ଟରନେଟ୍ ସେବା ଉପଭୋଗ କରିପାରିବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଏବଂ ନକଲକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛ। ଅବଶ୍ୟ, ସୀମିତ ଜିଲ୍ଲାଗୁଡ଼ିକରେ ବ୍ରଡବ୍ୟାଣ୍ଡ, ଲିଜ୍ ଲାଇନ ମାଧ୍ୟମରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିବ। ପ୍ରଶାସନ କହିଛି ହ୍ୱାଟସ୍ ଆପ୍ ଏବଂ ଫେସବୁକ୍ ପରି ଅନେକ ସୋସିଆଲ୍ ମିଡିଆ ସାଇଟ୍ ମାଧ୍ୟମରେ କପି କରିବାର ସମ୍ଭାବନା ରହିଛି, ତେଣୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ପରୀକ୍ଷା ସମୟରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ପରୀକ୍ଷା ସମାପ୍ତ ହେବା ପରେ ସେବାଗୁଡିକ ପୁନର୍ବାର ଜାରୀ କରାଯିବ।

 

Breaking News