ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଜାରିରହି ଥିବା ବେଳେ ବାର ଏବଂ ହୋଟେଲରେ ମଉଜ କରୁଛନ୍ତି ନିଶାଡି | ବାର୍ ମାଲିକଙ୍କୁ ଡିସିପି ଉମାଶାଙ୍କର ଦାଶ କଡ୍ଡା ତାଗିଦ୍ କରିଛନ୍ତି | ବିଳମ୍ବରେ କମିଶନରେଟ ପୋଲିସର ନିଦ ଭାଙ୍ଗିଛି । ନିୟମ ମାନୁ ନାହାନ୍ତି କିଛି ବାର ମାଲିକ । ଅବକାରୀ ବିଭାଗର ଚଢ଼ାଉ ପରେ ବାର ମାଲିକଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି । ଡ୍ୟାନ୍ସବାର ଭିତରେ ମ୍ୟୁଜିକ୍ ବଜାଇବା ପାଇଁ ଅନୁମତି ନେଇ ନିୟମ ଉଲଂଘନ କରୁଛନ୍ତି ବାର ମାଲିକ । ଗତ କାଲି ରାଜଧାନୀରେ ନିୟମ ଉଲଂଘନ ଯୋଗୁଁ ୩ ବାରକୁ ସିଲ କରିବା ସହ ୩ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଅବକାରୀ ବିଭାଗ । ରାଜଧାନୀରେ କୌଣସି ବାରରେ ମିଉଜିକ ବଜାଇବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ସୂଚନା ଦେଇଛନ୍ତି ଡିସିପି ଉମାଶାଙ୍କର ଦାଶ ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..