ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍ ଗିରଫ ପରେ ଏବେ ମାମଲାର ଅନ୍ୟତମ ସାକ୍ଷୀ କେପି ଗୋସାବୀଙ୍କୁ ଗିରଫ କରିଛି ପୁଣେ ପୋଲିସ । କେପି ଗୋସାବୀ ଗତ କିଛି ଦିନ ହେଲା ଫେରାର ଥିଲା । ମହାରାଷ୍ଟ୍ରର ପୁଣେଠାରେ ପୋଲିସ ତାଙ୍କୁ ଗିରଫ କରିଛି । ଗୋସାବୀଙ୍କ ବିରୋଧରେ ପୁଣେଠାରେ ଠକେଇ ମାମଲା ରୁଜୁ ହୋଇଥିଲା । କେପି ଗୋସାବୀ ଗିରଫ ହେବା ପରେ ପୁଣେ ପୋଲିସ କହିଛି ଯେ ଗୋସାବୀ ସରେଣ୍ଡର କରିନଥିଲେ । ଆମେ ଇଣ୍ଟେଲିଜେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛୁ । ସେପଟେ ଆଜି କୋର୍ଟରେ ପୁଣିଥରେ ଆର୍ଯ୍ୟନ୍ ଖାନ୍ଙ୍କ ବେଲ୍ ଉପରେ ଶୁଣାଣି ହେବ । ଗତକାଲି ଶୁଣାଣି ହୋଇପାରିନଥିବାରୁ ବେଲ୍ ମିଳିପାରିନଥିଲା । ହେଲେ ଆଜି ପୁଣିଥରେ ମାମଲାର ଶୁଣାଣି ହେବ । ଆର୍ଯ୍ୟନ ଖାନ ଆଉ କେପିଙ୍କ ସେଲ୍ଫି ଭାଇରଲ ହେଉଥିଲା | ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..