ରିପୋର୍ଟ କାର୍ଡ / କଟକ
କଟକ ମୁଣ୍ଡଳି ବ୍ରିଜ୍ରୁ ମହାନଦୀକୁ ଡ଼େଇଁ ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା ମିଳୁଛି | ବ୍ରିଜ୍ରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡ଼େଇଁ ପଡ଼ିଥିିବା ଯୁବକଙ୍କ ଘର ଭୁବନେଶ୍ୱର, ସେ କେଉଁ କାରଣ ପାଇଁ ଏପରି ନିଷ୍ପତି ନେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୁଚନା ମିଳିପାରି ନାହିଁ । ଖବର ଅନୁସାରେ ଆଜି ଅପରାହ୍ନ ୨.୩୦ ସମୟରେ ଜଣେ ଯୁବକ ମୁଣ୍ଡଳି ବ୍ରିଜ୍ ଉପରେ ଛିଡ଼ା ହୋଇଥିଲେ । ଅନୁମାନ ପୁର୍ବକ ମହାନଦୀକୁ ଡ଼େଇଁ ନଯିବାକୁ ସ୍ଥାନୀୟ ଲୋକମାନେ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ କାହା କଥା କିଛି ନ ଶୁଣି ଯୁବକ ଜଣକ ଗାଡ଼ି, ଫୋନ ବ୍ରିଜ୍ ଉପରେ ରଖି ମହାନଦୀକୁ ଡ଼େଇଁ ପଡ଼ିଥିଲେ ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..