ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକ ପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ନିଜର ନାଁ ପରିବର୍ତ୍ତନ କରି ନୂଆ ନାମ ଘୋଷଣା କରିଛି । ଅନେକ ଦିନରୁ ଫେସବୁକ୍ ର ନୂତନ ନାମ ପରିବର୍ତ୍ତନକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଫେସବୁକ୍, ନାମ “ମେଟା” ହୋଇଛି । ଏନେଇ ଗୁରୁବାର ଦିନ ଫେସବୁକ୍ କମ୍ପାନୀର ଫାଉଣ୍ଡର୍ ମାର୍କ ଜୁକରବର୍ଗ ଏକ ବୈଠକରେ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ମାର୍କ ଜୁକରବର୍ଗ କମ୍ପାନୀର କନେକ୍ଟ ଭଚୁଆର୍ଲ ରିୟଲିଟି କନଫରେନ୍ସରେ କହିଛନ୍ତି ଯେ, ଆମେ ବର୍ତ୍ତମାନ ଯାହା ବି କିିଛି ନୁତନ ପନ୍ଥା ବ୍ୟବହାର କରୁଛେ ତା ପାଇଁ ନୁତନ କମ୍ପାନୀ ବ୍ରାଣ୍ଡ ଆପଣାଇବାକୁ ହେବ । ଏବେ ଠାରୁ ଆମେ ମେଟାଭର୍ସ ହେବାକୁ ଯାଉଛେ, ଫେସବୁକ୍ ନୁହେଁ । ତେବେ ଏହା ପୂର୍ବରୁ ଜୁଲାଇରେ ଜୁକରବର୍ଗ କହିଥିଲେ ଯେ, ଫେସବୁକ୍ ଭବିଷ୍ୟତରେ ମେଟାଭର୍ସ ହେବାକୁ ଯାଉଛି । ତେବେ ଏହି ପ୍ଲାଟଫର୍ମକୁ ଆଗକୁ ଆହୁରି ବଢ଼ାଇବାର ଲକ୍ଷ୍ୟ ନେଇ ନାମରେ ପରିବର୍ତ୍ତନ ଅଣାଯାଇଛି । ବର୍ତ୍ତମାନ ଫେସବୁକ୍ ଗୋଟିଏ ସଂଗଠନ ଅଧୀନରେ ଇନଷ୍ଟାଗ୍ରାମ, ହ୍ୱାଟସଆପ୍, ଓକୁଲସ୍ ଓ ମେସେଞ୍ଜର୍ ଭଳି ସୋସିଆଲ ନେଟୱର୍କିଂ ଆପ୍ ପରିଚାଳନା କରୁଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..