ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ରାଜରାସ୍ତାରେ ଏକତ୍ରିତ ହୋଇଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ୍ରାଇଭର ମାନେ | ଆଜି ଓଡିଶା ଡ୍ରାଇଭର ମହାସଂଘ ବିଶାଳ ପଦଯାତ୍ରା କରିଛି । ୧୦ ଦଫା ଦାବିନେଇ ଶହ ଶହ ସଂଖ୍ୟାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ୍ରାଇଭର ମାନେ ବିଶାଳ ଶୋଭାଯାତ୍ରା କରି ଭୁବନେଶ୍ୱରକୁ ପହଞ୍ଚିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ବହୁସଂଖ୍ୟକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି । ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଅନୁଗୁଳ, ବାଲେଶ୍ୱର ଭଳି ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ରସୁଲଗଡ଼ ଛକରୁ ବାଣୀବିହାର ହୋଇ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ଯାଉଛନ୍ତି। ହାତରେ ପ୍ଲାକାର୍ଡ, ମନରେ କ୍ଷୋଭ ନେଇ ବଢ଼ୁଛନ୍ତି ଡ୍ରାଇଭରମାନେ। ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଅନୁଗୁଳ, ବାଲେଶ୍ୱର ଭଳି ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ଏହି ବିକ୍ଷୋଭ ଶୋଭଯାତ୍ରାରେ ସାମିଲ ହୋଇଛନ୍ତି। କରୋନା କାଳରେ ଡ୍ରାଇଭର ମାନେ ଦିନ ରାତି ଏକ କରି କାମ କରିଥିଲେ। ହେଲେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ କି କରୋନା ଯୁଦ୍ଧାର ମାନ୍ୟତା ଦିଆଯାଇନାହିଁ | ଦୁଘର୍ଟଣା ହେଲେ ଡ୍ରାଇଭରଙ୍କୁ ସହାୟତା ରାଶି, ୨୦ ଲକ୍ଷ ଟଙ୍କା ଇନସୁରାନ୍ସ, ପ୍ରତି ୧୦୦ କିମି ଦୂରତାରେ ବସ୍ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ ୫୫ ବର୍ଷ ପରେ ପେନସନ୍ ଭଳି ତିନିଟି ଦାବି ନେଇ ରାଜଧାନୀକୁ ଆସିଛନ୍ତି ଡ୍ରାଇଭର୍। ଡ୍ରାଇଭରଙ୍କ ଦୁର୍ଘଟଣା ହେଲେ ସରକାର କୌଣସି ଆର୍ଥିକ ସହାୟତାର ବ୍ୟବସ୍ଥା ନାହିଁ। ୬୦ ବର୍ଷ ପରେ ଡ୍ରାଇଭରଙ୍କର ଲାଇସେନ୍ସ ବାତିଲ ହୋଇଯାଉଛି। ସେଥିପାଇଁ ପେନସନ୍ ଲାଗୁ କରିବା ପାଇଁ ଦାବି କରିଛନ୍ତି ଡ୍ରାଇଭର ମାନେ। ଏହି ଦାବି ସବୁ ଦାବି ଯଦି ସରକାର ନମାନନ୍ତି, ତାହାହେଲେ ଆଗକୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଡ୍ରାଇଭର।





More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..