Report Card Odisha

| Daily Odia News

ବାଣ ବ୍ୟାନ କଲେ ହାଇକୋର୍ଟ……

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ଦୀପାବଳି, କାଳୀ ପୂଜା ଭଳି ଉତ୍ସବରେ କୌଣସି ବାଣ ଫୁଟା ହେବନାହିଁ । ଏନେଇ କଲିକତା ହାଇକୋର୍ଟ ରାଜ୍ୟରେ ବାଣ ଫୁଟାଇବା ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇଛନ୍ତି। ଦୀପାବଳି, କାଳୀ ପୂଜା, ଛଟ୍‌ ପୂଜା, ଖ୍ରୀଷ୍ଟମାସ ଏବଂ ନ୍ୟୁ ଇୟର୍‌ ପର୍ଯ୍ୟନ୍ତ ଏହି ନିଷେଦ୍ଧାଦେଶ ଜାରି ରହିବ ବୋଲି କହିଛନ୍ତି। କରୋନା ମହାମାରୀକୁ ଦର୍ଶାଇ କୋର୍ଟ ଏହାକୁ ନିଷିଦ୍ଧ କରିଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର ଦୀପାବଳି, କାଳୀ ପୂଜା ଏବଂ ଛଟ୍‌ ପାଇଁ ୨ ଘଣ୍ଟା ଏବଂ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଇଁ ୩୫ ମିନିଟ୍ ଆତସବାଜି ପାଇଁ ଅନୁମତି ଦେଇଥିଲେ। କେବଳ ଗ୍ରୀନ୍‌ କ୍ରାକର ଫୁଟାଇବାକୁ ସର୍ତ୍ତ ରଖିଥିଲେ। ରାଜ୍ୟ ସରକାରଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

 

Breaking News