ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗଜରାଜଙ୍କ ତାଣ୍ଡବ ଅସହ୍ୟ ହୋଇପଡିଛି | ପ୍ରତେକ ଦିନ କେଉଁଠି ନା କେଉଁଠି ହାତୀ ଫସଲ ନଷ୍ଟ କରିବା ସହିତ ଜୀବନ ନେଉଛନ୍ତି | ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଆସିଛି ହାତୀ ଘଉଡ଼ାଇବା ANIDER ଯନ୍ତ୍ର । ସୌରଶକ୍ତି ଦ୍ୱାରା ଏହି ଯନ୍ତ୍ର କାମ କରିବ। ଏହି ଯନ୍ତ୍ରର ପରୀକ୍ଷା ଆଠମଲ୍ଲିକ, ଢ଼େଙ୍କାନାଳ ଡିଭିଜନରେ କରାଯାଉଥିବେ ନେଇ ପିସିସିଏଫ୍ ଶଶୀ ପଲ୍ ସୂଚନା ଦେଇଛନ୍ତି । ଖୁବଶୀଘ୍ର ବ୍ରହ୍ମପୁର, ଗୋପାଳପୁରରେ ପରୀକ୍ଷଣ ହେବ । ବିଭିନ୍ନ ବନ୍ୟଜନ୍ତୁଙ୍କୁ ଘଉଡ଼ାଇବା ପାଇଁ ଯନ୍ତ୍ରରେ ଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛି । ହାତୀ ପାଇଁ ରହିଥିବା ରେଞ୍ଚ ଭିତରକୁ ହାତୀ ଆସିଲେ ଜୋରରେ ଲାଇଟ୍ ପଡ଼ିବ ଓ ଶବ୍ଦ ହେବ ଯାହା ଫଳରେ ହାତୀ ପଛକୁ ଫେରିଯିବ । ଏହି ଯନ୍ତ୍ରର ଦାମ ୨୫ ହଜାର ଟଙ୍କା ରହିଛି । ଏହାର ସଫଳତା ବହୁତ ଭଲ ଏବଂ ଆହୁରି ପରୀକ୍ଷଣ ଚାଲଥିବା ନେଇ କହିଛନ୍ତି ପିସିସିଏଫ୍ ଶଶୀ ପଲ୍ ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..