ରିପୋର୍ଟ କାର୍ଡ / ମୁମ୍ବାଇ
ଆଜି ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ ଜେଲ ରୁ ମୁକୁଳିବେ | ୩ଦିନର ମାରାଥନ ଶୁଣାଣି ପରେ ଗୁରୁବାର ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି | ଆର୍ଯ୍ୟନଙ୍କ ସହିତ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍ ଧମେଚା ମଧ୍ୟ ଜେଲ ରୁ ବାହାରିବେ | ଜାମିନ ସଂକ୍ରାନ୍ତ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆର୍ଯ୍ୟନ୍ ଖାନ ଶୁକ୍ରବାର ଜେଲ ରୁ ମୁକୁଳି ପାରି ନାହାନ୍ତି। ଆର୍ଥର ରୋଡ୍ କାରାଗାରରେ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ମୁକ୍ତି ସଂକ୍ରାନ୍ତ କାଗଜ ପତ୍ର ଦାଖଲ କରାଯିବାର ଥିଲା, କିନ୍ତୁ ଏହା ସମ୍ଭବ ନ ହେବାରୁ ଆର୍ଯ୍ୟନ୍ଙ୍କୁ ଶୁକ୍ରବାର ଜେଲରେ ରହିବାକୁ ପଡିଲା | ଅଭିନେତା ଶାହରୁଖ ଖାଁ ଓ ତାଙ୍କ ସହଯୋଗୀମାନେ ଆର୍ଯ୍ୟନ୍ଙ୍କୁ ଘରକୁ ଆଣିବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଏଥିପାଇଁ ତାଙ୍କୁ ଶନିବାର ସକାଳ ଅର୍ଥତ ଆଜି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୋଇଛି। ଗୁରୁବାର ବମ୍ବେ ଉଚ୍ଚ ନ୍ୟାୟାଳୟ ଆର୍ଯ୍ୟନ୍, ତାଙ୍କ ବନ୍ଧୁ ଅର୍ବାଜ୍ ମର୍ଚ୍ଚାଣ୍ଟ ଏବଂ ମଡେଲ ମୁନ୍ମୁନ୍ ଧମେଚାଙ୍କୁ ଜାମିନ ପ୍ରଦାନ କରିଥିଲେ; କିନ୍ତୁ ଏହାର ସର୍ତ୍ତାଳବୀ ଧାର୍ଯ୍ୟ କରି ନ ଥିଲେ। ଶୁକ୍ରବାର ଏହି ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗିଥିଲା।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..