Report Card Odisha

| Daily Odia News

ଦରଦାମ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଦିନକୁ ଦିନ ବିଭିନ୍ନ ନିତ୍ୟ ବ୍ୟବହାର ଜିନିଷର ଦରଦାମ୍ ବଢ଼ିବାରେ ଲାଗିଛି । ପେଟ୍ରୋଲ-ଡିଜେଲଠାରୁ ଆରମ୍ଭ କରି ଖାଇବା ତେଲ, ପନିପରିବା ଆଦିର ଦର ଆକାଶଛୁଆଁ ହେବାରେ ଲାଗିଛି । ଦରଦାମ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛି ବିଜେଡ଼ି । ନଭେମ୍ବର ୧ରେ ଏନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ଦଳ । ବିଜୁ ମହିଳା ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ହେବ । ନଭେମ୍ବର ୫ରୁ ୭ ଯାଏ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେବେ । କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେବ ବିଜୁ ଯୁବ ଛାତ୍ର ସଙ୍ଗଠନ । ଏହା ସହ ଦରଦାମ୍ ବୃଦ୍ଧି ପ୍ରତିବାଦରେ କାଲି ରାଜଭବନ ଆଗରେ ଧାରଣା ଦେବ ବିଜେଡି । ଦରଦାମ କମାଇବାକୁ ରାଜ୍ୟପାଳଙ୍କୁ ସ୍କାରକପତ୍ର ଦେବେ ବିଜେଡ଼ି ଛାମୁଆ ସଙ୍ଗଠନ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରତାପ କେଶରୀ ଦେବ ।

Breaking News