ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ବିପହରରେ ଘରେ ପଶିଅ ମାଆ ଓ ଝିଅଙ୍କୁ ଛୁରାମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରେ । ମିଳିଥିବା ସୂଚନା ମୁତାବକ- ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି । ତେବେ ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ମାଆ, ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛି । ଛୁରାମାଡ଼ କରିବାର କାରଣ ଜଣାପଡ଼ିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି |






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..