ରିପୋର୍ଟ କାର୍ଡ / ଟିଟିଲାଗଡ଼
ଟିଟିଲାଗଡ଼-ସିକେର ଷ୍ଟେସନ ମଝିରେ ତପସ୍ୱିନୀ ଏକ୍ସପ୍ରେସ ଅଟକିରହିଥିବା ସୂଚନା ମିଳିଛି । ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରି ତାର ଛିଡ଼ି ଯିବାରୁ ତପସ୍ୱିନୀ ଏକ୍ସପ୍ରେସ ଅଟକିଛି । ଏକ ଘରୋଇ କଂପାନୀ ରେଳ ଟ୍ରାକ୍ ନିକଟରେ କାମ କରୁଥିବା ବେଳେ ପଥର ବ୍ଲାଷ୍ଟିଂ ଯୋଗୁଁ ଉଚ୍ଚ କ୍ଷମତା ସମ୍ପନ୍ନ ଲାଇନ୍ ଛିଣ୍ଡି ଯାଇଥିଲା । ଏହି ଲାଇନ୍ ତାର ସଂସ୍ପର୍ଶରେ ଆସିଲେ ଦୁର୍ଘଟଣା ଘଟିବା ଆଶଙ୍କାରେ ଅଟକି ରହିଛି ତପସ୍ୱିନୀ ଏକ୍ସପ୍ରେସ୍ । ଟ୍ରେନ୍ଟି ଦୀର୍ଘ ସମୟ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ଛିଣ୍ଡି ଯାଇଥିବା ତାରକୁ ସଜାଡିବାକୁ ଉଦ୍ୟମ କରୁଛନ୍ତି । ହଠାତ୍ ଜୋରରେ ଏକ ଶବ୍ଦ ହେବା ପରେ ଟ୍ରେନ୍ଟି ଅଟକି ଯାଇଥିଲା । ଟ୍ରେନ୍ଟି ଜଙ୍ଗଲ ମଝିରେ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ହଇରାଣ ହେଉଛନ୍ତି ବୋଲି କହିଛନ୍ତି ଜଣେ ଯାତ୍ରୀ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….