Report Card Odisha

| Daily Odia News

ବିଜେପି ସଭାରେ ଯୋଗ ଦେଇ ନିଲମ୍ବିତ ହେଲେ ରାଜସ୍ୱ ନିରୀକ୍ଷକ….

ରିପୋର୍ଟ କାର୍ଡ / ପୁରୀ

ପୁରୀ ତହସିଲ ବେତାଳ ଆରଆଇ ସର୍କଲର ମନୋଜ ପରିଡ଼ା ନିଲମ୍ୱିତ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ଓ ସରକାରୀ କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ ଜିଲ୍ଲାପାଳ ସମର୍ଥ ବର୍ମା ନିଲମ୍ୱନ କରିଛନ୍ତି । ସୂଚନା ଯୋଗ୍ୟ ଯେ, କାକଟପୁର ମଣ୍ଡଳ ବିଜେପି ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।ଏଥିରେ କୁଶପୁତ୍ତଳିକା ଦାହ କରାଯାଇଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ନେତୃତ୍ୱରେ ହାତଗଣତି ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଆରଆଇ ଜଣଙ୍କ ମଧ୍ୟ ଭାଗ ନେଇଥିଲେ । ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବା ସହ ନିଶାସକ୍ତ ଅବସ୍ଥାରେ କୁଶପୁତ୍ତଳିକାକୁ ଗୋଇଠା ମାଡ଼ କରୁଥିବା ଦେଖିବାକୁ ମିଳିଥିଲା । ଗଣାମାଧ୍ୟମ ଆଗରେ ଏହି ଡ୍ରାମା ଧରାପଡିଯିବା ପରେ ଅନ୍ୟ ବିଜେପି କର୍ମୀ ତାଙ୍କୁ ଟାଣି ନେଇଥିଲେ । ସେପଟେ ଅନ୍ୟଜଣେ ବିଜେପି କର୍ମୀ ନିଶାରେ ଏତେ ଚୁର ଥିଲେ ଯେ ତାଙ୍କୁ ବିଜେପି କର୍ମୀମାନେ ବୋହି ନେଉଥିବା ଦେଖିବାକୁ ମିଳିଥିଲା ।

Breaking News