Report Card Odisha

| Daily Odia News

ଭୁବନେଶ୍ବର-ଜୟପୁର ବିମାନ ସେବା ଆରମ୍ଭ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ସେବାର ଶୁଭାରମ୍ଭ ହୋଇଛି । ଇଣ୍ଡିଗୋ ଫ୍ଲାଇଟର ଏହି ସେବା ସପ୍ତାହକୁ ୩ ଥର ଯୋଗାଇବ । ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ଏହି ତିନି ଦିନ ରାତି ୯ଟା ୪୦ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଛାଡିବ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡିବ । ଆଜି ଭର୍ଚୁଆଲ ମାଧ୍ୟମରେ ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଛି । ଭର୍ଚୁଆଲରେ ପତାକା ଦେଖାଇ ବିମାନ ସେବା ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ  ସିନ୍ଧିଆ , ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ ମନ୍ତ୍ରୀ ଅଶୋକ ପଣ୍ଡା, ସସ୍ମିତ ପାତ୍ର ଉପସ୍ଥିତ ରହିଥିଲେ । ଆସନ୍ତା ଡିସେମ୍ବର ୨ରୁ ଭୁବନେଶ୍ବରରୁ ଗୋଆ ମଧ୍ୟରେ ବିମାନ ଚଳାଚଳ କରିବ ।

Breaking News