ରିପୋର୍ଟ କାର୍ଡ / କଳାହାଣ୍ଡି
ବହୁଚର୍ତ୍ତିତ କଳାହାଣ୍ଡି ଜିଳ୍ଲା ମହାଲିଙ୍ଗ ସ୍ଥିତ ସନସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଛନ୍ଦି ହୋଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର | ଏହା କୁନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି | ଏହି ମାମଲାକୁ ପ୍ରତିବାଦ କରି ଶାସକ ଦଳକୁ ଘେରିଛନ୍ତି ଉଭୟ କଂଗ୍ରେସ-ବିଜେପି | ହତ୍ୟା ମାମଲାରେ ଦିବ୍ୟଶଙ୍କର ସମ୍ପୃକ୍ତି ଥିବା ନେଇ ବିରୋଧୀ ସରକାରଙ୍କୁ ସ୍ପଷ୍ଟି କାରଣ ମାଗିବା ସହିତ , ମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ଦାବି ଜୋର ଧରିଛି | ଏହା ପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ଅଭିଭାଷଣରେ ସଫେଇ ହେଇଛନ୍ତି। ସେ କହିଛନ୍ତି, ଯେଉଁ ସ୍କୁଲରେ ମମିତା ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲକୁ ମୁଁ କେବେ ବି ଯାଇନି | ସେ କହିଛନ୍ତି ଯେ- ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି ଏବଂ ସେଠାରେ ମମିତା ପ୍ରଧାନଶିକ୍ଷୟିତ୍ରୀ ଥିଲେ। ସେହି ସ୍କୁଲ ଏକ ଘରୋଇ ସ୍କୁଲ।ଯେଉଁଠି ଗୋଟିଏ ଅଘଟଣ ଘଟିଯାଇଛି। ତେବେ ସେହି ସ୍କୁଲ ମୁଁ କେବେ ବି ଯାଇନି, ବରଂ ସାନଚେର ଗାଁ, ବଡଚେର୍ ଗାଁ ଆଦି ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଥିବା ନୂଆ ନୂଆ କଲେଜକୁ ଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ଆୟୋଜିତ ମୋ ପରିବାର, ଓଡିଶା ପରିବାର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଭାଷଣରେ ଏଭଳି ମନ୍ତବ୍ୟ ରଖିଛନ୍ତି ଦିବ୍ୟଶଙ୍କର। ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍ ରହିବା ପରେ ପ୍ରେସ୍ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ। ସେପଟେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଏହାର ପ୍ରସ୍ତୁତିର ତଦାରଖ କରିଥିଲେ ଦିବ୍ୟଶଙ୍କର। ଏସ୍ପି ଓ ଜିଲ୍ଲାପାଳଙ୍କ ସହ ଦିବ୍ୟଶଙ୍କର ବିଭିନ୍ନ ଆଡ଼େ ଯିବାର ଦେଖିବାକୁ ମିଳିଥିଲା। ତେବେ ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ,ଜିଳ୍ଲାପାଳ ଏବଂ ଏସ୍ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….