ରିପୋର୍ଟ କାର୍ଡ / କଟକ
ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ବାଚନ ମାମଲାରୁ ବାଟ ଫିଟିଛି ରାଜ୍ୟରେ ସମବାୟ ନିର୍ବାଚନ ପାଇଁ । ସମବାୟ ବ୍ୟାଙ୍କଗୁଡ଼ିକର ପ୍ରଶାସକ ଦାୟିତ୍ୱରେ ଆଉ ରହିବେନି ଜିଲ୍ଲାପାଳ । ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ବାଚନ ପାଇଁ ସମସ୍ତ ସହଯୋଗ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..