ରିପୋର୍ଟ କାର୍ଡ / କଟକ
ନକଲି ସାମଗ୍ରୀର ଅଡ୍ଡାସ୍ଥଳୀ ପାଲଟିଛି କଟକ | ପ୍ରତ୍ୱେକଦିନ କିଛିନା କିଛି ନକଲି ଜିନିଷ ଠାବ ହେଉଛି | ବର୍ତ୍ତମାନ ଖବର ଆସିଛି କଟକ ବାଦାମବାଡି ସ୍ଥିତ KFC ରୁ ବାସି ବ୍ରେଡ୍ ଜବତ ହୋଇଛି । ଯୁବ ପିଢିଙ୍କୁ ବେଶ ଆକୃଷ୍ଟ କରିଥାଏ KFC | ଭଲ ଏବଂ ଟେଷ୍ଟି ଖାଇବା ଦିଏ | ଏହାକୁ ଆଖିବୁଜା ବିଶ୍ୱାସ କରନ୍ତି ଲୋକେ | KFC ହେଉଛି ଏକ ଇଣ୍ଟରନାସନାଲ ବ୍ରାଣ୍ଡ। ଯଦି ଏଭଳି ଏକ ବ୍ରାଣ୍ଡ ଖରାବ ବାସି ଖାଇବା ବିକ୍ରି କରିବ ତେବେ ଲୋକ ବିଶ୍ୱାସ କରିବେ କାହାକୁ । ଆଜି KFC ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ରେଡ କରାଯାଇଛି। ରେଡ ସମରେ ବିପୁଳ ପରିମାଣରେ ବାସି ଏବଂ ଏକ୍ସପାଏରୀ ବ୍ରେଡ୍କୁ ଜବତ କରାଯାଇଛି। ଏହି ଚଢ଼ାଉରେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ରହିଛନ୍ତି। ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ବ୍ରେଡ୍ ପରିମାଣ ଏତେ ଖରାପଯେ ହାତରେ ଧରିଲେ ବ୍ରେଡ୍ ଗୁଣ୍ଡ ହୋଇଯାଉଥିବା ଦେଖିବାକୁ ମିଳିଥିଲା । ବହୁଦିନରୁ ଏଭଳି ଅଭିଯୋଗ ହୋଇଆସୁଥିଲା। ଲୋକେ KFCରେ ଖାଇବା ସମୟରେ ବ୍ରେଡ୍ ଆମ୍ବିଳା ଏବଂ ତାର ବାସ୍ନା ଏକ ଅଲଗା ପ୍ରକାରର ହେଉଥିଲା। ଯାହାପରେ ସେମାନେ ଦୋକାନ ମାଲିକକୁ ଅଭିଯୋଗ କରିଥିଲେ, କିନ୍ତୁ ଦୋକାନ ମାଲିକ ଖାଇବାରେ ସୁଧାର ଆଣିବା ପରିବର୍ତ୍ତେ ଗ୍ରାହକଙ୍କୁ ଧମକାଉଥିଲା। ଯାହାପରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା। ପୁରା KFCକୁ ସିଲ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..