Report Card Odisha

| Daily Odia News

ଆଜି ଶଙ୍ଖ ଫୁଙ୍କିବେ ପ୍ରଦୀପ ମାଝୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଉଛନ୍ତି ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ନବରଙ୍ଗପୁରରେ ଆଜି ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ। କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଅବସରରେ ବିଜେଡିରେ ସାମିଲ ହେବାର ଯୋଜନା ରହିଛି। ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭା ସ୍ଥଳରେ ଉପସ୍ଥିତ ରହିବେ। ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ। ଦଳ ପରିବର୍ତ୍ତନ ହେଲେ ଆଭିମୁଖ୍ୟ କିମ୍ବା ଉଦ୍ଦେଶ୍ୟରେ କୌଣସି ପରିବର୍ତ୍ତନ ହୋଇନଥାଏ। କଂଗ୍ରେସ ଦଳରେ ରହି ଯେଭଳି ଭାବରେ ଲୋକଙ୍କ ସେବା କରୁଥିଲୁ, ଠିକ୍‌ ସେଭଳି ଭାବେ ବିଜେଡିରେ ରହି ମଧ୍ୟ ଲୋକଙ୍କ ସେବା କରିବୁ।’

 

Breaking News