ରିପୋର୍ଟ କାର୍ଡ / ଛତିଶଗଡ଼
ଛତିଶଗଡ଼ର ସୁକମା ଜିଲ୍ଲାର ଚିନ୍ତଲ୍ନାର ଥାନା ଅଧୀନ ମୋର୍ପାଲି ଗାଁ ନିକଟ ଅରଣ୍ୟରୁ ୮ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୋଲିସ ସୂଚନା ଦେଇଛି। ‘କୋବ୍ରା’ (କମାଣ୍ଡୋ ବାଟାଲିୟନ୍ ଫର୍ ରିସୋଲ୍ୟୁଟ୍ ଆକ୍ସନ୍), ‘ସିଆରପିଏଫ୍’ ଏକ ଉନ୍ନତ ୟୁନିଟ୍, ଏବଂ ସୁକମା ଥାନାର ଏକ ମିଳିତ ସ୍କ୍ବାଡ୍ ଉପରୋକ୍ତ ଅଞ୍ଚଳରେ ଉକ୍ତ ମାଓବାଦୀମାନଙ୍କୁ ଗିରଫ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ପୋଲିସ ଅଧିକାରୀ ସୁନୀଲ ଶର୍ମା କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ନକ୍ସଲ୍ମାନଙ୍କର ଚଳପ୍ରଚଳ ଚାଲିଥିବା କଥା ଗୁଇନ୍ଦା ବିଭାଗରୁ ସୂଚନା ପାଇ ନଭେମ୍ବର ୨ ତାରିଖ ଦିନ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲା। ଗରିଫ ହୋଇଥିବା ମାଓବାଦୀମାନଙ୍କ ମଧ୍ୟରୁ କାୱାସି ରାଜୁ ଓରଫ ସାନ୍ତୁ ହେଉଛନ୍ତି ଜଣେ ‘ବାଟାଲିୟନ୍’ ସଦସ୍ୟ ଏବଂ କାଲମୁ ମାଡ଼ା ହେଉଛନ୍ତି ଜଣେ ସନ୍ତ୍ରାସବାଦୀ କମ୍ପାନି କମାଣ୍ଡର୍। ସେମାନଙ୍କ ଉପରେ ଯଥାକ୍ରମେ ୮ଲକ୍ଷ ଓ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷିତ ହୋଇଥିଲା। ପୋଲିସ ଅଧିକାରୀ ଶର୍ମା ସୂଚନା ଦେଇଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ‘ଏଫ୍ଆଇଆର୍’ ଫାଇଲ୍ କରାଯାଇଛି। ଏହାଛଡ଼ା, ସେମାନଙ୍କ ପାଖରୁ ନିରାପତ୍ତା ବଳ ୩୫ଟି ‘ଡିଟୋନେଟର୍’, ୬ଟି ‘ଜେଲାଟିନ୍ ଛଡ଼’ ୨ଟି ‘ଆଇଇଡି’, ବ୍ୟାଟେରି, ତାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….