Report Card Odisha

| Daily Odia News

ଭାଲୁ କବଳରୁ ବର୍ତ୍ତିବା ପାଇଁ ବୁଦ୍ଧି ଖଟାଇ ପୋଖରୀକୁ ଡେଇଁଲେ ଯୁବକ…..

ରିପୋର୍ଟ କାର୍ଡ / ବାଲେଶ୍ଵର

ମଣିଙ୍ଗୱାର୍କ ସମୟରେ ଯୁବକଙ୍କୁ ଭାଲୁ ଆକ୍ରମଣ କରିବାକୁ ଗୋଡ଼ାଇଲା | ଉପସ୍ଥିତ ବୁଦ୍ଧି ଖଟାଇ ପୋଖରୀକୁ ଡେଇଁପଡ଼ି ମରଣ ମୁଁହରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ଉପଖଣ୍ଡରେ। ସୂଚନାନୁଯାୟୀ, ନୀଳଗିରି ଏନଏସି ଅଧିନ ଘାଟଘରସାହି ଅଞ୍ଚଳର ଜଣେ ଯୁବକ ରବିବାର ଭୋର ସମୟରେ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ସହର ମଝିରେ ଥିବା ସଙ୍କରାଖୁଣ୍ଟା ପୋଖରୀ ନିକଟରେ ଏକ ଭାଲୁ ଆତର୍କିତ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ହେଲେ ସେ ଉପସ୍ଥିତ ବୁଦ୍ଧି ଖଟାଇ ପୋଖରୀକୁ ଡିଆଁ ମାରିଦେଇଥିଲେ। ଭାଲୁ ସାଧାରଣତଃ ପାଣିକୁ ଯାଏ ନାହିଁ ବୋଲି ସେ ଏଭଳି କରିଥିବା କହିଛନ୍ତି। ତେବେ ଏଭଳି ଘଟଣା ରଥଦାଣ୍ଡରେ ଘଟିଥିବା ବେଳେ ମହାପ୍ରଭୁ ତାଙ୍କୁ ବଞ୍ଚିଛନ୍ତି ବୋଲି କହିଛନ୍ତି।

Breaking News