ରିପୋର୍ଟ କାର୍ଡ / କଳାହାଣ୍ଡି
ଆଜି କଳାହାଣ୍ଡି ଜିଲ୍ଲା ଶଗଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁହିଁ ହୋଇଛନ୍ତି | ଉଭୟନାଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମିଳିଥିଵା ସୂଚନା ଅନୁସାରେ- ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ପାଇ ଏସ୍ଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । କିଛି ସମୟ ଧରି ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ତେବେ କେତେ ଜଣ ମାଓବାଦୀ ଜଙ୍ଗଲରେ ଥିଲେ , ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..