Report Card Odisha

| Daily Odia News

୫୫ରୁ ଅଧିକ ଆଇଏସ୍‌ ଆତଙ୍କବାଦୀ ଆତ୍ମସମର୍ପଣ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପ୍ରଥମେ ପଞ୍ଜଶୀର ଏବଂ ବର୍ତ୍ତମାନ ଆଇଏସ୍‌ ଆତଙ୍କବାଦୀତାଙ୍କ ଯୋଗୁ ସମସ୍ୟାରେ ବଡ଼ିଛି। ତେବେ ତାଲିବାନ ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼କ୍ଷେପ ନେବାରେ ଲାଗିଛି। ତାଲିବାନ ୫୫ରୁ ଅଧିକ ଆଇଏସ୍‌ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରାଇଥିବା ଦାବି କରିଛି। ତାଲିବାନ କହିଛି ଆଇଏସ୍‌ ଆତଙ୍କବାଦୀଙ୍କ ଉପରେ ଚାପ ପକାଇ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଛି। ଏହାପୂର୍ବରୁ ତାଲିବାନ ଗତ ସପ୍ତାହରେ ୬୫ ଆଇଏସ୍‌ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ନେଇ ସୂଚନା ଦେଇଥିଲା। ଆଇଏସ ଗୋଷ୍ଠୀ ତାଲିବାନ ବିରୋଧରେ ଲଢ଼େଇ କରୁଥିବାରୁ ଦେଶରେ ସ୍ଥିତି କ୍ରମଶଃ ସଙ୍କଟ ଜନକ ହେବାରେ ଲାଗିଛି। ଇସଲାମିକ ଷ୍ଟେଟ ନିକଟରେ ଏକ ବିବୃତ୍ତି ଜାରି କରିଛି ଯେ ତାଲିବାନ ଆଫଗାନିସ୍ତାନକୁ ଧ୍ୱଂସ କରିବା ଲାଗି କାର୍ଯ୍ୟ କରୁଛି ଏବଂ ଏବେ ତାଲିବାନ ବିରୋଧରେ ଲଢ଼େଇ ଜୋର୍‌ ଦାର ହେବ। ଗତ ଦୁଇ ମାସ ମଧ୍ୟରେ ଆଫଗାନିସ୍ତାନରେ ଆଇଏସ୍‌ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଗତ ସପ୍ତାହରେ କାବୁଲର ଏକ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣରେ ତାଲିବାନ କାବୁଲ କମାଣ୍ଡରଙ୍କ ମୃତୂ୍ୟ ଘଟିଥିଲା। ତାଲିବାନ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଝଟ୍‌କା ବୋଲି କୁହାଯାଉଛି।

Breaking News