ରିପୋର୍ଟ କାର୍ଡ / କଳାହାଣ୍ଡି
ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା ସ୍ଥିତ ଓୟୁଏଟି ପଡ଼ିଆରେ ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ପହଞ୍ଚି ସାଢେ ୧୧ରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତ ବେଳେ ବିଜେଡିର ସ୍ୱାଗତ ଶୋଭାଯାତ୍ରା ରହିଛି। ବସ୍ଷ୍ଟାଣ୍ଡରୁ OUAT ପଡ଼ିଆ ଯାଏ ସ୍ୱାଗତ ଶୋଭାଯାତ୍ରା କରାଯିବ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଭବାନୀପାଟଣାରେ ଆୟୋଜିତ ଉତ୍ସବ ମଞ୍ଚରେ ମନ୍ତ୍ରୀ ଦିବ୍ୟଶଙ୍କର ବସିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମଞ୍ଚରେ ଦିବ୍ୟଶଙ୍କର ବସିବେ ବୋଲି ଜଣେ ବରିଷ୍ଠ ବିଜେଡି ନେତା ସୂଚନା ଦେଇଛନ୍ତି। ମଞ୍ଚରେ ବସିବା ସହ ଦିବ୍ୟଶଙ୍କର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ଥିବା ମଧ୍ୟ ସୂଚନା ମିଳିଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ସ୍ୱାଗତ ଭାଷଣ ଦେବା କାର୍ଯ୍ୟକ୍ରମ ରହିଛି। ତାଲିକାର ୩ ନମ୍ବରରେ ମନ୍ତ୍ରୀ ଦିବ୍ୟଶଙ୍କର, ୪ ନମ୍ବରରେ ନବ ଦାସଙ୍କ ନାଁ ଥିବା ସୂଚନା ମିଳିଛି। ଦିବ୍ୟଶଙ୍କର ଓ ନବଙ୍କ ପରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମ ରହିଛି।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……