ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡି ୧ କୋଟି ପାନ କେନ୍ଦ୍ର ସରକାର କ୍ରୟ କରିଛନ୍ତି । ଚଳିତମାସରେ ଏହି ଟିକାକୁ ଜାତୀୟ ଟିକାକରଣ ଅଭିଯାନରେ ଲୋକଙ୍କୁ ଦିଆଯିବ । ଜାଇକୋଭ-ଡି ଟିକାର ୩ଟି ପାନ ଦିଆଯାଇଥାଏ । ଏହାର ଗୋଟିଏ ପାନର ମୂଲ୍ୟ ୩୫୮ଟଙ୍କା ରହିଛି। ଜାଇକୋଭ-ଡି ହେଉଛି ବିଶ୍ବର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା । ଏହାକୁ ୧୨ରୁ ଅଧିକ ବୟସର ପିଲାଙ୍କ ସହିତ ବୟସ୍କ ନାଗରିକଙ୍କୁ ମଧ୍ୟ ଦିଆଯାଇ ପାରିବ। ତେବେ ପ୍ରାଥମିକ ଭାବେ ଏହାକୁ ବୟସ୍କ ନାଗରିକଙ୍କୁ ଦିଆଯିବ। ଅନ୍ୟପଟେ କୋ-ୱିନ ଆପ୍ର ତଥ୍ୟ ଅନୁଯାୟୀ ରବିବାର ସନ୍ଧ୍ୟା ସୁଦ୍ଧା ୧୦୮କୋଟି ୪୪ଲକ୍ଷ ପାନ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ଅନୁସାରେ ଶନିବାର ୯,୧୯,୯୯୬ଟି ନମୁନା ପରୀକ୍ଷା କରାଯାଇଥିଲା।






More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..