ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡି ୧ କୋଟି ପାନ କେନ୍ଦ୍ର ସରକାର କ୍ରୟ କରିଛନ୍ତି । ଚଳିତମାସରେ ଏହି ଟିକାକୁ ଜାତୀୟ ଟିକାକରଣ ଅଭିଯାନରେ ଲୋକଙ୍କୁ ଦିଆଯିବ । ଜାଇକୋଭ-ଡି ଟିକାର ୩ଟି ପାନ ଦିଆଯାଇଥାଏ । ଏହାର ଗୋଟିଏ ପାନର ମୂଲ୍ୟ ୩୫୮ଟଙ୍କା ରହିଛି। ଜାଇକୋଭ-ଡି ହେଉଛି ବିଶ୍ବର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା । ଏହାକୁ ୧୨ରୁ ଅଧିକ ବୟସର ପିଲାଙ୍କ ସହିତ ବୟସ୍କ ନାଗରିକଙ୍କୁ ମଧ୍ୟ ଦିଆଯାଇ ପାରିବ। ତେବେ ପ୍ରାଥମିକ ଭାବେ ଏହାକୁ ବୟସ୍କ ନାଗରିକଙ୍କୁ ଦିଆଯିବ। ଅନ୍ୟପଟେ କୋ-ୱିନ ଆପ୍ର ତଥ୍ୟ ଅନୁଯାୟୀ ରବିବାର ସନ୍ଧ୍ୟା ସୁଦ୍ଧା ୧୦୮କୋଟି ୪୪ଲକ୍ଷ ପାନ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ଅନୁସାରେ ଶନିବାର ୯,୧୯,୯୯୬ଟି ନମୁନା ପରୀକ୍ଷା କରାଯାଇଥିଲା।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..