ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଏବେ ନିଜର ଏକ ବାୟୁସେନା ଗଠନ କରିବାକୁ ଯୋଜନା କରୁଛି । ଏହାକୁ ନେଇ ତାଲିବାନ ପଦାଧିକାରୀ କହିଛନ୍ତି ଯେ ସେମାନେ ପୂର୍ବ ଆଫଗାନ ସରକାରଙ୍କ ବାୟୁସେନାକୁ ପୁନରୁଜ୍ଜୀବିତ କରିବାକୁ ଚାହାନ୍ତି। ଯେଉଁ ପେସାଦାରମାନେ ପୂର୍ବ ସରକାରରେ ବାୟୁସେନାରେ ଚାକିରି କରିଥିଲେ ସେମାନଙ୍କୁ ଫେରାଇ ଆଣିବା ଓ ପୁନର୍ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ। ‘ଆମର ବାୟୁସେନା ଦରକାର ଏବଂ ଆମେ ଯେକୌଣସି ପ୍ରକାରେ ଏହା ହାସଲ କରିବୁ’ ବୋଲି ତାଲିବାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କାରୀ ସଇଦ ଖୋଷ୍ଟି କହିଛନ୍ତି। ଆଉ ଜଣେ ତାଲିବାନ ଅଧିକାରୀ କହିଛନ୍ତି ଯେ, ଏକ ପୂର୍ଣ୍ଣାଙ୍ଗ ବାୟୁସେନା ଖୁବ୍ ଶୀଘ୍ର ଗଠନ ହେବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ। ତାଲିବାନମାନେ କାବୁଲ ଦଖଲ କରିବା ପୂର୍ବରୁ ଆଫଗାନ ବାୟୁସେନାରେ ୨୦୦ରୁ ଅଧିକ ବିମାନ ଥିଲା। ଆମେରିକା ସୈନ୍ୟମାନେ କାବୁଲ ଛାଡ଼ି ଯିବା ପୂର୍ବରୁ ସେଗୁଡ଼ିକୁ ଖରାପ କରିଦେଇ ଯାଇଥିଲେ। ତାଲିବାନଙ୍କ ମଧ୍ୟରେ ଦକ୍ଷ ଇଂଜିନିୟର ଓ ବୈମାନିକ ନ ଥିବାରୁ ସେମାନେ ସେଗୁଡ଼ିକ ସଜାଡ଼ିପାରୁ ନାହାନ୍ତି କି ବ୍ୟବହାର କରିପାରୁ ନାହାନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..