ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ- ରବିବାର ୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି। ରବିବାର କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ। ଅନ୍ୟପଟେ ଦିଲ୍ଲୀରେ ଗତ ସପ୍ତାହରେ ଅଧିକ ୩୦ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ୧୪,୪୦୧୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪,୧୪,୬୬୨ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ୨୫୦୯୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ କରୋନା ମୃତ୍ୟୁ ହାର ୧.୭୪ ପ୍ରତିଶତ ରହିଛି । ଏବେ ସେଠାରେ ୩୬୫ ସକ୍ରିୟ କରୋନା ମାମଲା ରହିଛି। ୧୫୭ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସୋଲେସନ୍ରେ ୧୬୧ ଜଣ ଥିବା ଜଣାପଡ଼ିଛି । ଅନ୍ୟପଟେ ନଭେମ୍ବର ୧ରେ ୮୬ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ବେଳେ ଏହାର ସଂଖ୍ୟା ବଢ଼ି ନଭେମ୍ବର ୭ ବେଳକୁ ୧୧୬ରେ ପହଞ୍ଚିଛି। ଏହା ସହ ଏହି ସବୁ ଅଞ୍ଚଳରେ କଟକଣା ସାମାନ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ମାସ୍କ ପିନ୍ଧୁନଥିବା ଲୋକେ ଫାଇନ ଗଣୁଛନ୍ତି। ଏହି ସବୁ ଅଞ୍ଚଳ ସହ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଚିହ୍ନଟ କରାଯାଇ ଯାଞ୍ଚ କରାଯାଉଛି। ଏହା ବ୍ୟତୀତ ଦିଲ୍ଲୀରେ ଏବେ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି। ନଭେମ୍ବର ପହିଲାରେ ସଂକ୍ରମଣ ହାର ୦.୦୪ ପ୍ରତିଶତ ଥିବା ବେଳେ ଏବେ ୦.୧୧ ପ୍ରତିଶତ ରହିଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..