ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିବିଏସଇ ପକ୍ଷରୁ ଶୁକ୍ରବାର ଦିନ ଦଶମ ଓ ଦ୍ୱାଦଶର ଟର୍ମ-୧ ପରୀକ୍ଷାକୁ ନେଇ ଦିଶା-ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ନଭେମ୍ବର-ଡିସେମ୍ବର ରେ ହେବାକୁ ଥିବା ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ନଭେମ୍ବର ୯ ତାରିଖରେ ରୋଲ୍ ନମ୍ବର ଅପଲୋଡ୍ କରାଯିବ। ନିର୍ଦ୍ଦେଶାବଳୀ ମୁତାବକ, ପରୀକ୍ଷା ୪୫ ରୁ ୫୦ ଦିନ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କରିବା ପରେ ସେହି ଦିନ ଅହିଁ କପି ଚେକ୍ କରି ଛାତ୍ରଛାତ୍ରୀଙ୍କ ଅଙ୍କ ଅପଲୋଡ୍ କରିବାକୁ ହେବ। ତେବେ ୧୨ ଶ୍ରେଣୀ ପିଲାଙ୍କ ପରୀକ୍ଷା ୧୧୪ଟି ବିଷୟ ଉପରେ ହେବାକୁ ଥିବା ବେଳେ ୧୦ମ ଶ୍ରେଣୀ ପିଲାଙ୍କ ପରୀକ୍ଷା ୭୫ଟି ବିଷୟ ଉପରେ ହେବ। ସିବିଏସଇ ଦ୍ୱାରା ନଭେମ୍ବର ୧୬ରୁ ଦ୍ୱାଦଶ ଓ ୧୭ରୁ ଦଶମ ଶ୍ରେଣୀ ପିଲାଙ୍କ ମାଇନର୍ ବିଷୟର ପରୀକ୍ଷା ଆୟୋଜିତ କରାଯିବ । ବାକି ମୁଖ୍ୟ ବିଷୟ ଗୁଡ଼ିକର ପରୀକ୍ଷା ଦଶମ ପିଲାଙ୍କ ପାଇଁ ନଭେମ୍ବର ୩୦ ରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ । ସେହିପରି ଟର୍ମ-୨ ପରୀକ୍ଷା ମାର୍ଚ୍ଚ-ଏପ୍ରିଲ୍ ୨୦୨୨ରେ ହେବାକୁ ଯାଉଛି । ୫୦ ପ୍ରତିଶତ ସିଲାବସ୍ ରୁ ଟର୍ମ-୨ ପରୀକ୍ଷାରେ ପ୍ରଶ୍ନ ପଚରାଯିବ । ତେବେ ଟର୍ମ-୧ ପରୀକ୍ଷା ୯୦ ମିନିଟ୍ ର ହେବ । ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଉତ୍ତର ଓଏମଆର୍ ସିଟ୍ ରେ ଦେବେ । ସେହିପରି ଟର୍ମ-୨ ପରୀକ୍ଷା ଦୁଇଘଣ୍ଟା ହେବ ।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ମୋଦୀ ଡାକିଲେ ଜରୁରୀ ବୈଠକ…..
ଦେଶରେ ଆସୁଛି ଆର୍ଥିକ ଝଡ଼; ପ୍ରଧାନମନ୍ତ୍ରୀ ଟଫି ବାଣ୍ଟୁଛନ୍ତି…..