ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ‘ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି’ର ଅଧ୍ୟକ୍ଷା ମେହବୁବା ମୁଫ୍ତିଙ୍କୁ ପୁଣି ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ କରାଯାଇଥିବା କଥା ବୁଧବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଛି। ଶ୍ରୀନଗର ସହରର ପ୍ରେସ୍ କଲୋନିରେ ଆୟୋଜିତ ପ୍ରତିବାଦରେ ସେ ଯୋଗ ଦେବାକୁ ଯାଉଥିଲେ। ହାଇଦରପଡ଼ା ଏନ୍କାଉଣ୍ଟର୍ରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଗତକାଲି ସେ ଜମ୍ମୁରେ ପ୍ରତିବାଦ କରିଥିଲେ। ପ୍ରତିବାଦ ସମୟରେ ସେ ସାମ୍ବାଦିକମାନଙ୍କୁ କହିଥିଲେ, ଆତଙ୍କବାଦୀଙ୍କ ନାଁରେ ଏ ସରକାର ସାଧାରଣ ନାଗରିକମାନଙ୍କୁ ହତ୍ୟା କରୁଥିବାରୁ ମୁଁ ପ୍ରତିବାଦ କରୁଛି। ଆତଙ୍କବାଦୀମାନଙ୍କୁ ହତ୍ୟା କରାଯାଉଛି କି, ନାହିଁ କେହି ଜାଣନ୍ତି ନାହିଁ। ନିକଟରେ ୩ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ପରିବାର ଲୋକେ ଦାବି କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଶବ ଦେବାକୁ ଅଗ୍ରାହ୍ୟ କରୁଛନ୍ତି। ‘ପିଡିପି’ ଅଫିସ୍ ବାହାରେ ଆୟୋଜିତ ହୋଇଥିବା ଉକ୍ତ ଉକ୍ତ ପ୍ରତିବାଦରେ ମୁଫ୍ତି ଦାବି କରିଥିଲେ କି, ସୋମବାର ଦିନ ହୋଇଥିବା ଏନ୍କାଉଣ୍ଟର୍ରେ ୩ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ଏହି ଏନ୍କାଉଣ୍ଟର୍ ଉପରେ ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଥିଲେ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..