ରିପୋର୍ଟ କାର୍ଡ / ନୟାଗଡ଼ / ବଲାଙ୍ଗୀର
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ୍ କରିଛି। ନୟାଗଡ ଜିଲ୍ଲା ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳର ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଏଥିପାଇଁ ଭିଡିଲାନ୍ସ ୪ଟି ଟିମ୍ ଗଠନ କରିଛି। ଏହି ଟିମ୍ରେ ୪ ଜଣ ଡିଏସ୍ପି, ୮ ଇନ୍ସପେକ୍ଟର ଅଛନ୍ତି। ଚଢାଉ ସମୟରେ ଭିଜିଲାନ୍ସ ଟିମ୍ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି । ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ ଘରେ ଚଢାଉ କରିଛି | ରମେଶଙ୍କର ଉଭୟ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି । ଶାନ୍ତିପଡାରେ ତାଙ୍କ ୩ ମହଲା କୋଠା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କ ପାସବୁକ, କାଗଜପତ୍ର ଆଦି ଯାଞ୍ଚ ଚାଲିଛି । ତେବେ ବ୍ୟାଙ୍କ ଲକର ଯାଞ୍ଚ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଭିଜିଲାନ୍ସର ୩ଟି ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ଏହା ୪ ଭାଇଙ୍କ ସମ୍ପତ୍ତି, ସେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିନଥିବା ମୁଖ୍ୟ କିରାଣୀ ସଫେଇ ଦେଇଛନ୍ତି ।






More Stories
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..