ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନୀମୀଢିରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହା ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ଭୋର୍ ସମୟରେ ନାବାଳିକାଙ୍କ ମାଆ ରାତି ଡ୍ୟୁଟିକୁ ଯାଇ ଘରକୁ ଫେରି ନଥିବା ବେଳେ ନାବାଳିକା ଜଣଙ୍କ ଟିଉସନ୍ ଯିବା ପାଇଁ ଶୌଚ ହୋଇ ଆସୁଥିଲେ । ଏହି ସମୟରେ ପାଖରେ ଭଡାରେ ରହୁଥିବା ସମୀର ସ୍ୱାଇଁ ଘର ଭିତରେ ପଶି ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନାବାଳିକାର ମାଆ ଲକ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ସମୀର ସ୍ୱାଇଁଙ୍କୁ ଥାନାରେ ଅଟକ ରଖିଛି । ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ଗ୍ରାମରେ ବୋଲି ଜଣାପଡିଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….