ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରୀୟ କର୍ମଚାରୀଙ୍କର ନୂଆ ବର୍ଷରୁ ବଢିପାରେ ଦରମା । ମୋଦୀ ସରକାର ଖୁବ୍ ଶୀଘ୍ର ଏନେଇ କରିପାରନ୍ତି ଘୋଷଣା । ମୋଦୀ ସରକାର ଏବେ ଆଉ ଏକ ଭତ୍ତା ହାଉସ୍ ରେଣ୍ଟ ଆଲାଉନ୍ସ(ଏଚଆରଏ) କୁ ବଢ଼ାଇପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ୨୦୨୨ ଜାନୁଆରୀ ମାସ ସୁଦ୍ଧା ଏଚଆରଏ ବୃଦ୍ଧି କରିବା ନେଇ ଘୋଷଣା କରିବେ । ତେବେ ଦୀପାବଳୀ ପୂର୍ବରୁ କର୍ମୀଚାରୀ ମାନଙ୍କର ମହଙ୍ଗା ଭତ୍ତା(ଡିଏ) ୩୧ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏଚଆରଏ ବୃଦ୍ଧି ପାଇଁ ସରକାର ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ହାଉସ୍ ଭଡା ଭତ୍ତା (ଏଚଆରଏ) କାର୍ୟ୍ୟକାରୀ ହେବାର ଦାବି ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରିବା ଆରମ୍ଭ କରିଛନ୍ତି । ଏହି ପ୍ରସ୍ତାବ ଅନୁମୋଦନ ପାଇଁ ରେଳବାଇ ବୋର୍ଡକୁ ପଠାଯାଇଛି । ପ୍ରସ୍ତାବ ଅନୁମୋଦନ ପାଇବା ପରେ କର୍ମଚାରୀମାନେ ଜାନୁଆରୀ ୨୦୨୨ ରୁ ଏଚଆରଏ ପାଇବେ । ଏଚଆରଏ ପାଇବା ମାତ୍ରେ ଏହି କର୍ମଚାରୀଙ୍କ ବେତନରେ ଏଚଆରଏ ବୃଦ୍ଧି ଘଟିବ । ଭାରତୀୟ ରେଳ ବୈଷୟିକ ପର୍ୟ୍ୟବେକ୍ଷକ ସଂଘ (ଆଇଆରଟିଏସଏ) ଏବଂ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଲୱେମ୍ୟାନ୍ (ଏନଏଫଆଇଆର) ଜାନୁଆରୀ ୧, ୨୦୨୧ ରୁ ଏଚଆରଏ କାର୍ୟ୍ୟକାରୀ କରିବାକୁ ଦାବି କରିଥିଲେ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..