Report Card Odisha

| Daily Odia News

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୁବେର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଆଜି ଓଏସବିଏଚଡବ୍ଲୁ ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୧୩୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଗଲାଣି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଏବେ ବି ଜାରି ରହିଛି । ପ୍ରତାପଙ୍କୁ ଅପରାଗତା ଓ ଦୁର୍ନୀତି କାରବାର ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡିଛି । ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପଙ୍କୁ ନିଲମ୍ବିତ କରାଯାଇଛି । ଘରେ ରେଡ ବେଳେ ପ୍ରାୟ ୧୫ କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ-କୋଟିପତି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ପ୍ରାୟ ଦୁଇ ଦିନ ଧରି ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଥିଲା । କାରଣ ସମ୍ପତ୍ତି ଏତେ ମାତ୍ରାରେ ଠାବ ହୋଇଥିଲା ଯେ ଆକଳନ କରିବାକୁ ପ୍ରାୟ ଦୁଇ ଦିନ ସମୟ ଲାଗିଲା । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଥିଲା । ଏହା ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି । ପରେ ଉଭୟ ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଭୁବନେଶ୍ୱର-ଖୋର୍ଦ୍ଧା-ଭଦ୍ରକରେ ଠାବ ହୋଇଥିଲା ୨୨ଟି ପ୍ଲଟ ସାଙ୍ଗକୁ ୭ରୁ ଅଧିକ ମୂଲ୍ୟବାନ କୋଠା ରହିଛି। ଭିଜିଲାନ୍ସ ଟିମକୁ ଦେଖି ପଡ଼ିଶା ଘର ଛାତକୁ ପ୍ରତାପ ଫିଙ୍ଗି ଦେଇଥିଲେ ୨୦ଲକ୍ଷ ଟଙ୍କା । ଏହି ୨୦ ଲକ୍ଷ ଟଙ୍କା ସହ ମୋଟ ୩୮ଲକ୍ଷ ଟଙ୍କା ତାଙ୍କ ଘରୁ ଜବତ ହୋଇଥିଲା ।

 

 

 

 

Breaking News