ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବାୟୁସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଗସ୍ତ ହୋଇଛି। ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାଶଲ୍ୟାଣ୍ଡ କରିଛି। ଏହି ସମୟରେ ହେଲିକପ୍ଟରଟି ମଧ୍ୟରେ ୨ ଜଣ ପାଇଲଟ ଓ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ତେବେ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି ମେଣ୍ଟେନାନ୍ସ କାମରେ ନିୟୋଜିତ ହୋଇଥିଲା। ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କ୍ରାଶ ଲ୍ୟାଣ୍ଡ କରିବା ପୂର୍ବରୁ ଏହା ମଧ୍ୟରେ ଥିବା ସମସ୍ତେ ବାହାରକୁ ଚାଲି ଆସିଥିବା କୁହାଯାଇଛି। ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।






More Stories
ସହି ପାରୁନାହାଁନ୍ତି ମୋଦି!TVKକୁ ସମର୍ଥନ କରିବା ନେଇ ଗର୍ଜିଲେ…..
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..
ପରବର୍ତ୍ତୀ ନୌସେନା ମୁଖ୍ୟ କୃଷ୍ଣ ସ୍ବାମୀନାଥନ…..