ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରୀ ସାଧାରଣ ବୀମା କମ୍ପାନୀଗୁଡିକରେ ୬୦ ହଜାର କର୍ମଚାରୀଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅର୍ଥ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ମୁତାବକ ଯେକୌଣସି ପରିସ୍ଥିତିରେ ପିଏସୟୁ ଜେନେରାଲ ଇନସୁରାନ୍ସର କର୍ମଚାରୀମାନଙ୍କୁ ୨୦୨୧ ମସିହାରେ ଦରମା ସଂଶୋଧନ ମିଳିବ । ଆସନ୍ତା କିଛି ଦିନ ମଧ୍ୟରେ ଏହା ଘୋଷଣା କରାଯିବ । ତେବେ ଦେଶର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ପ୍ରଥମରୁ ହିଁ ନିଜର କର୍ମଚାରୀଙ୍କ ବେତନ ସଂଶୋଧନର ଘୋଷଣା କରିସାରିଛି । ତେବେ ସରକାର ଏଲଆଇସି କର୍ମଚାରୀଙ୍କ ଦରମାକୁ ୧୬ ପ୍ରତିଶତ ବୃଦ୍ଧି କରିଛନ୍ତି । ଶେଷ ବୃଦ୍ଧି ୨୦୧୨ ରେ କରାଯାଇଥିଲା ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….