Report Card Odisha

| Daily Odia News

ଡିଜେ ମ୍ୟୁଜିକ୍‌ ବାଜିବାରୁ ମରିଗଲେ ୬୦ରୁ ଅଧିକ କୁକୁଡ଼ା…..

ରିପୋର୍ଟ କାର୍ଡ / ବାଲେଶ୍ଵର

DJ ମ୍ୟୁଜିକ୍‌ ବାଜିବାରୁ ୬୩ଟି କୁକୁଡ଼ାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଭଳି ଅଭିଯୋଗ ଆସିଛି। ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍‌ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ରବିବାର ଦିନ କାଣ୍ଡଗରଡ଼ି ଗାଁରେ ଏକ ବିବାହ ପ୍ରୋସେସନ୍‌ରେ ଜୋର୍‌ରେ ସାଉଣ୍ଡ ଦେଇ DJ ମ୍ୟୁଜିକ୍‌ରେ ବରଯାତ୍ରୀମାନେ ଡ୍ୟାନ୍ସ କରିଥିଲେ। ଏହି ସମୟରେ ଗାଁର ଏକ କୁକୁଡ଼ା ଫାର୍ମ ନିକଟରେ ପ୍ରୋସେସନ୍ ରହିଥିଲା ଓ ବହୁ ସମୟ ଧରି ଅତି ଉଚ୍ଚ ଶବ୍ଦରେ DJ ମ୍ୟୁଜିକ୍‌ ବାଜିଥିଲା। କମ୍‌ ଶବ୍ଦରେ ମ୍ୟୁଜିକ୍‌ ବଜାଇବାକୁ ଫାର୍ମ ମାଲିକ ବରଯାତ୍ରୀଙ୍କ ପାଖରେ ନେହୁରା ହୋଇଥିଲେ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ଫଳରେ ଅତି ଉଚ୍ଚ ଶବ୍ଦ ଯୋଗୁ ଫାର୍ମରେ ୬୩ଟି କୁକୁଡ଼ା ମରି ଯାଇଥିବାଛନ୍ତି | କ୍ଷତିପୂରଣ ଦାବି କରି ଫାର୍ମ ମାଲିକ ଥାନାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ଏକ ବିବାହ ପ୍ରୋସେସନରେ ଜୋରରେ DJ ମ୍ୟୁଜିକ୍‌ ବଜାଇବା ଯୋଗୁ ଫାର୍ମରେ ଥିବା ୬୩ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ଏନେଇ ସେମାନଙ୍କୁ କହିବାରୁ ସେମାନେ ମୋତେ ଗାଳିଗୁଲଜ କରିଥିଲେ। ଏହାପରେ ସମାଧାନ ପାଇଁ କହିଥିଲେ। ହେଲେ ସମାଧାନ ନହେବାରୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଲା’।
ଅନ୍ୟପକ୍ଷେ, ନୀଳଗିରି ପୋଲିସ୍‌ ଘଟଣାର ତଦନ୍ତ କରୁଛି।

 

Breaking News