ରିପୋର୍ଟ କାର୍ଡ / ରାୟଗଡା
ଆଜି ରାୟଗଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ଼ର ଶୁଭାରମ୍ଭ କରାଯିବ। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବା ପରେ ଅନ୍ୟ ମନ୍ତ୍ରୀଗଣ ଏହି କାର୍ଡ଼ ବଣ୍ଟନ କରିବେ । କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିବେ । ଏତଦ୍ବ୍ୟତୀତ ଜିଲ୍ଲାର ସମସ୍ତ ବିଧାୟକ ଓ ରାଜ୍ୟର ଅନ୍ୟ ନିଗମ ଅଧ୍ୟକ୍ଷମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।






More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..