Report Card Odisha

| Daily Odia News

୯ ରାଜ୍ୟରେ ଓମିକ୍ରନ ସନ୍ଦିଗ୍ଧ ଚିହ୍ନଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କୋଭିଡ୍‌ର ୨ଟି ଓମିକ୍ରନ୍‌ ପ୍ରଜାତି ଗତକାଲି ଚିହ୍ନଟ ହୋଇଥିବା ବେଳେ ଏବେ ୯ଟି ରାଜ୍ୟରେ ଓମିକ୍ରନ ସନ୍ଦିଗ୍ଧ ଥିବା ଜଣାପଡ଼ିଛି। ଦେଶବ୍ୟାପୀ ଓମିକ୍ରନ୍‌କୁ ନେଇ ଭୟ ଦେଖିବାକୁ ମିଳିଛି ଏବଂ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାର ସତର୍କ ରହିଛନ୍ତି। ଆଗକୁ ଓମିକ୍ରନ୍‌ କ୍ଷୀପ୍ର ସଂକ୍ରମଣ ଘଟାଇବା ଆଶଙ୍କା ଥିବାରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ନୂଆ ଗାଇଡଲାଇନ୍‌ ପୂର୍ବରୁ ଜାରି ହୋଇସାରିଛି। ସପ୍ତାହକ ମଧ୍ୟରେ ଓମିକ୍ରନ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଆସିବାକୁ ଥିବାରୁ ଏହାପରେ ସରକାର ପୁଣି ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ଆଣିବେ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ୟୁପି, ଗୁଜରାଟ, ତେଲେଙ୍ଗାନା ଓ ରାଜସ୍ଥାନ ସରକାର ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ନିୟମାବଳି ଲାଗୁ କରିଛନ୍ତି। ଆଜି ଗୁଜରାଟ, ତେଲେଙ୍ଗାନାରେ ବିପଦପ୍ରବଣ ରାଷ୍ଟ୍ରରୁ ଫେରିଥିବା ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ବିଶେଷ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

Breaking News