ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଧାନସଭାରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ । କହିଲେ କି ବର୍ତ୍ତମାନ ମାମଲା ତଦନ୍ତାଧୀନ ଅଛି, ତଦନ୍ତ ପ୍ରକ୍ରିୟା ତଦାରଖ ପାଇଁ ପୂର୍ବତନ ଜିଲ୍ଲା ଜଜଙ୍କୁ ଦାୟିତ୍ୱ ମିଳିଛି, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ଦାୟିତ୍ୱ ଦେଇଛନ୍ତି। ସେପଟେ ମମିତା ହତ୍ୟା ମାମଲାକୁ ବିରୋଧୀ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି । ୫ ଦିନ ଧରି ଲଗାତାର ହୋ-ହାଲ୍ଲା ଏବଂ ପ୍ରତିବାଦ ଯୋଗୁଁ ହୋଇପାରୁନାହିଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନାହିଁ | ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଥିବା ଦର୍ଶାଇ ବାରମ୍ବାର ଇସ୍ତଫା ଦାବି କରିଛନ୍ତି । ଏହାକୁ ନେଇ ବିଧାନସଭାରେ ମଧ୍ୟ ବାରମ୍ବାର ପ୍ରତିବାଦ ଓ ହୋ-ହାଲ୍ଲା ଜାରି ରଖିଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..