Report Card Odisha

| Daily Odia News

ଜାଣନ୍ତୁ କଳାଜାଇ କେଉଁ ଅଙ୍ଗରେ ରହିଲେ ଶୁଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଳାଜାଇକୁ ସାଧାରଣତଃ ବ୍ୟୁଟି ସ୍ପଟ୍‌ ବୋଲି କୁହାଯାଇଥାଏ। କିନ୍ତୁ ଏହା ବି ଅନେକ ସମୟରେ ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କି ସୂଚନା ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…
ଯାହାଙ୍କ ନାକରେ କଳାଜାଇ ଥାଏ, ସେମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି ଓ ଜୀବନରେ ଖୁବ୍‌ ଉନ୍ନତି କରିଥାନ୍ତି। କଷ୍ଟ କରି ସଫଳତା ପାଇବାରେ ତାଙ୍କର ବିଶ୍ୱାସ ରହିଥାଏ। ସେଥିପାଇଁ ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ପୁରୁଷ ହୁଅନ୍ତୁ ଅବା ମହିଳା, ସେମାନେ ଧନବାନ୍‌, ପ୍ରତିଷ୍ଠିତ ହେବା ସହ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥାନ୍ତି। କିନ୍ତୁ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନ ଥାଏ। ଏହି ସ୍ଥାନରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ସେମାନେ ନିଜ ବୁଦ୍ଧି ବଳରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି। କିନ୍ତୁ ସ୍ବଭାବରେ ଏମାନେ ଖୁବ୍‌ ଖର୍ଚ୍ଚି ହୋଇଥାନ୍ତି।ମୁହଁର ବାମପଟେ କଳାଜାଇ ରହିବା ବିଶେଷ ଶୁଭଫଳ ଦେଇ ନ ଥାଏ। ହେଲେ ମୁହଁର ଡାହାଣ ପଟେ କିମ୍ବା ମଝି ଭାଗରେ କଳାଜାଇ ରହିଥିବା ବ୍ୟକ୍ତିମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି। ସେହିପରି ଡାହାଣ ପଟ ପତା ଉପରେ କଳାଜାଇ ଥିଲେ ସେମାନେ ଧାର୍ମିକ ସ୍ବଭାବର ହୋଇଥାନ୍ତି।

Breaking News