ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋରଖପୁର ଗସ୍ତ କରିବେ। ଏହି ଅବସରରେ ସେ ଦେଶର ବିକାଶ ପାଇଁ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଗୋରଖପୁର ସାର ପ୍ଲାଣ୍ଟ କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ଯାହାର ଶିଳାନ୍ୟାସ ୨୦୧୬ରେ କରାଯାଇଥିଲା। ଏହି ପ୍ଲାଣ୍ଟ ୩୦ ବର୍ଷ ଧରି ବନ୍ଦ ରହିଥିଲା । ଏହି ପ୍ଲାଣ୍ଟକୁ ୮୬୦୦ କୋଟି ଟଙ୍କା ମୂଲ୍ୟରେ ପୁନରୁଦ୍ଧାର ଓ ନିର୍ମାଣ କରାଯାଉଛି । ଏହି ସାର ପ୍ଲାଣ୍ଟର ପୁନରୁଦ୍ଧାର କରିବା ଦ୍ବାରା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ଯାହା ପ୍ରଧାନମନ୍ତ୍ରୀଙ୍କର ସ୍ବପ୍ନ ରହିଛି । ଗୋରଖପୁର ପ୍ଲାଣ୍ଟ ପ୍ରତି ବର୍ଷ ୧୨.୭ ଏଲଏମଟି ଦେଶୀ ନିମ ଆବୃତ ୟୁରିଆ ଉତ୍ପାଦନ କରିବ। ଏହା ୟୁରିଆ ସାରର ଚାହିଦା ପୂରଣ କରିବା ସହିତ ପୂର୍ବାଞ୍ଚଳର ଚାଷୀଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ। ଏହା ମଧ୍ୟ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ କରିବ।






More Stories
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..