Report Card Odisha

| Daily Odia News

ଆଜି ଶେଷ ହୋଇପାରେ ଚାଷୀ ଆନ୍ଦୋଳନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ମଙ୍ଗଳବାର ସିଂଘୁ ଏବଂ ଦିଲ୍ଲୀ ସୀମାରେ ଏସକେମ୍‌ର ଚାଷୀ ‌ନେତାମାନଙ୍କର ଏକ ବୈଠକ ହୋଇଥିଲା। କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ସରକାର ଆମର ସମସ୍ତ ଦାବି ମାନିବେ ବୋଲି ସହମତି ପ୍ରକାଶ କରିଛନ୍ତି ଏବଂ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ସରକାରଙ୍କ ପ୍ରସ୍ତାବ ସ୍ପଷ୍ଟ ହୋଇ ନାହିଁ। ଆଜି ଅପରାହ୍ନ ୨ଟାରେ ପୁଣି ଆଲୋଚନା ହେବ। ଆମ ଆନ୍ଦୋଳନ କେଉଁଆଡେ ଯାଉ ନାହିଁ, ଏଠାରେ ଜାରି ରହିବ ବୋଲି ରାକେଶ ଟିକାୟତ କହିଛନ୍ତି। ରାକେଶ ଟିକାୟତ ଏହା ମଧ୍ୟ କହିଛନ୍ତି, ସରକାର ଏହା ମଧ୍ୟ ସ୍ପଷ୍ଟ କରନ୍ତୁ ଯେ, ଏମଏସପି ଉପରେ ହେବାକୁ ଥିବା କମିଟିରେ କିଏ କିଏ ସାମିଲ ହେବେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ମାମଲା ସମାଧାନ ଆଡକୁ ବଢି ସାରିଥିଲା। ମାତ୍ର ବିଳମ୍ବ ଘଟିବା ଦୁଃଖର କଥା। ଯଦି ଆମେ ବର୍ତ୍ତମାନ ଆନ୍ଦୋଳନରୁ ଉଠିଯିବୁ ତେବେ ସରକାର ଆମର ଦାବି ପୂରଣ କରିବେ କି ନାହିଁ ଭରସା ପାଉନାହିଁ। ସରକାରଙ୍କ ପକ୍ଷରୁ ମିଳିଥିବା ଚିଠିରେ ଏମିତି କିଛି ବିନ୍ଦୁ ରହିଛି, ଏହା ଉପରେ ଯଦି ଆମକୁ ସ୍ପଷ୍ଟୀକରଣ ମିଳିଯାଏ ତେବେ ଆନ୍ଦୋଳନ ସାରିବାକୁ ବେଶି ସମୟ ଲାଗିବ ନାହିଁ ବୋଲି ଟିକାୟତ କହିଛନ୍ତି।

 

Breaking News