Report Card Odisha

| Daily Odia News

ଲାଞ୍ଚ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କାମ ବାବଦ ବିଲ ପାସ କରିବା ଲାଗି ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଉପଖଣ୍ଡ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କୁ ଦୁର୍ନୀତି ନିବାରଣ ବିଭାଗ ମଙ୍ଗଳବାର ଗିରଫ କରିଛି। ପ୍ରକାଶ ଯେ ଜଳସେଚନ ଉପଖଣ୍ଡରେ ଜଣେ ଠିକାଦାର କିଛି କାର୍ଯ୍ୟ ସମ୍ପାଦନ କରିଥିଲେ। କାମ ବାବଦରେ ତାଙ୍କର ୧୦ଲକ୍ଷ ଟଙ୍କାର ପ୍ରାପ୍ୟ ପାଇବାର ଥିଲା। ଏଥିପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଶ୍ବାଳ ୧୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ସମ୍ପୃକ୍ତ ଠିକାଦାର ଭୁବନେଶ୍ବର ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିେଯାଗ କରିଥିଲେ | ମଙ୍ଗଳବାର ଶ୍ରୀ ବିଶ୍ବାଳ ନିଜ କାର୍ଯ୍ୟାଳୟରେ ଲାଞ୍ଚ ବାବଦ ୧୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡି ଗିରଫ େହାଇଥିଲେ। ଏଥିସହ ଭୁବନେଶ୍ବର ଏୟାରପୋର୍ଟ ଥାନା ଭୀମପୁରସ୍ଥିତ ବାସଭବନ ଉପରେ ମଧ୍ୟ ଚଢଉ କରାଯାଇଛି। ତାଙ୍କ ବିେରାଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରାଯାଇଥିଲା ବେଳେ ତଦନ୍ତ ଜାରି ରହିଛି।

 

Breaking News